ମନ ଭିତରେ ଆଗ୍ରହ ଉତ୍ସୁକତା ଅଳ୍ପ କିଛି ଡର ଛ ମାସର ଛୁଆଟା ସେ ଏବେ କଣ କରୁଥିବ ? ବାରମ୍ବାର ଦେଖୁଥିବ ଫ୍ୟାନ ପବନରେ ପେଣ୍ଡୁଲମ ପରି ଦୋହଲୁଥିବା କାନ୍ଥରେ ଥିବା କ୍ୟାଲେଣ୍ଡର କୁ କାନ ଡେରୁଥିବ ଶୁଣିବାକୁ ମା ର ଚୁଡି ଶବ୍ଦ ଲୁହ ଛଳ ଛଳ ଆଖିରେ ବଲବଲ ହୋଇ ଚାହୁଁଥିବ ରୋଷେଇ ଘରକୁ । ସେ ହାତ ଧରି ଶିଖିନାହିଁ ଏବେ ଆଙ୍ଗୁଠି ଛାଡୁ ନଥିଲା ଜେଜେମା କୋଳକୁ ବଢ଼େଇ ଦେଲାବେଳେ ଜଡେଇ ଯାଇଥିଲା ଗୋଟାପଣେ ମୋ ଛାତିରେ…
Read More - ଅଧିକ ପଢ଼ନ୍ତୁAll Posting
“ମଶା ଓ ମଣିଷ”
ସବୁ ଆବର୍ଜନା ଅଳିଆ ଅସନା ପୋଚା ନରଦମା ମୋ ପାଇଁ ସ୍ଵର୍ଗ ମୋ ଏନ୍ତୁଡ଼ିଶାଳ ବଣ ବୁଦା ତୋଟା ମନ୍ଦିର ଓ ମଲ୍ ଚାଳଘର ଠାରୁ ଷ୍ଟାର୍ ହୋଟେଲ ସବୁଠି ମୋର ରହଣିସ୍ଥଳ, ଗରିବଙ୍କ ଘରେ କରେ ରାଜୁତି ଧନୀଙ୍କି ଦେଖିଲେ ଲାଗଇ ଭୀତି ଶୋଇଯାନ୍ତି ପୁଣି ମଶାରୀତଙ୍ଗାଇ ଜଳାଇ ଦିଅନ୍ତି କଛୁଆବତି, ଦିନସାରା ହାଡ଼ଭଙ୍ଗା କାମକରି ମୂଲିଆ ଶୁଅଇ ହାଲିଆହୋଇ ବିନା ପ୍ରତିବାଦେ ସେହି ସୁଯୋଗରେ ତାଠାରୁ ରକ୍ତମୁଁ ଶୋଷି ଦିଅଇ, ପ୍ରକୃତି କୁ କେବେ ଛାଡଇ ନାହିଁ…
Read More - ଅଧିକ ପଢ଼ନ୍ତୁ। । ଏକ ଅଦିନିଆ ଋତୁର ବଉଳ ସେ ସ୍ମୃତି । ।
ମୁଁ ଓ ମୋ ପ୍ରିୟତମା ସମୁଦ୍ର କୂଳେ ବସିଥିଲୁ, ଅନେକ ବେଳୁ । ସମୁଦ୍ର ଗୀତ ଗାଉଥିଲା। ମନ ଫୁଲାଣିଆ ଗୀତ। ତା’ ସୁଲୁସୁଲିଆ ପବନରେ ଆମ ତାଳୁରୁ ତଳିପା ଯାଏଁ ସାଉଁଳି ନେଉଥିଲା ଓ ବାଲିପଠାରେ ଲୁଚକାଳି ଖେଳ ଖେଳୁଥିଲା । ବଡ ରସିକ ତ । ଭାରି ଷ୍ଟାଇଲ ମାରୁଥିଲା । ଥରେ ଥରେ ଲୁଚି ଲୁଚି ଆସି ମୋ ପ୍ରିୟାର ଅଳତା ଭିଜା ପାଦକୁ ଗୋଟେ ଗୋଟେ ଚୁମା ଦେଇ ଚାଲିଯାଉଥିଲା। ସତରେ ଆଜି ସମୁଦ୍ରଟା ଭାରି ସେକ୍କ୍ସି ଲାଗୁଥିଲା…
Read More - ଅଧିକ ପଢ଼ନ୍ତୁଭୋକ
କଅଁଳ ଶିଶୁର ଥରିଲା ଓଠ ନିରୀହ ଆଖିରୁ ଝରି ପଡୁଥିବା ଲୁହ ହିଁ ଭୋକ,* ଚମ ଧୁଡୁଧୁଡୁ ସାଇକେଲ ଚଢା ପରିବାର-ପୋଷା ବୃଦ୍ଧ ମଉସା ପରିବା ବିକା ତା’ର ବେଉସା ପରିବା ଝୁଡିରେ ମେଣ୍ଟେ ତା ଭୋକ,* ବର୍ଷ ତମାମ ଝାଳ ଦେହରେ ଖରା ବର୍ଷା ଶୀତ, ମରୁଡି ସହେ ମାଟିରେ ମାଟି ହୋଇ ମାଟିର ଗର୍ଭରୁ ସୁନା ଫଳାଇ କୃଷକ ସେହି ପଖାଳ କଂସାରେ ଭୋକ ମେଣ୍ଟଇ,* ବାଲି , ସିମେଣ୍ଟ ଫେଣ୍ଟା କରଣି ଧରା ଶାଣିତ …
Read More - ଅଧିକ ପଢ଼ନ୍ତୁଶୀତର ସେଇ ଶେଷ ରାତି
ସେଇ ଯେ ଶେଷ ଥର କାଳିନ୍ଦୀ ତା ‘ ଆଈ ଘରକୁ ଯାଇଥିଲା । ତାହା ଗୋଟିଏ ଶୀତ ଋତୁ ଥିଲା । ଚାରିଆଡେ ହେମାଳ ପବନ ର ଛୁଆଁ । ରାତି ରେ ଘାସ ଉପରେ କାକର ବୁନ୍ଦା, ପାଦ ଦୁଇଟିକୁ ଓଦା କରିଦେଉଥିଲା । ନଇ କୂଳିଆ ଗାଁ ହୋଇଥିବାରୁ ଥଣ୍ଡା ପବନରେ ଦେହ ଶୀତେଇ ଉଠେ । ସନ୍ଧ୍ୟା ହେଲା ମାତ୍ରେ ଗୋଟିଏ ସ୍ଥାନ ରେ ନିଆଁ ଜଳା ହେଉଥିଲା ଏବଂ ନିଆଁ କୁ ଘେରି କିଏ ମଶିଣା, ରେ…
Read More - ଅଧିକ ପଢ଼ନ୍ତୁସ୍ମୃତି ସେ ବହୁତ ମଧୁର, ବାଲି ଘର ମୋ ଅଗଣାର
# ସ୍ମୃତି ଏକ ରୂପା ଜହ୍ନ # ଏଇ ଅଗଣା, ଏ ଘର ଏ ଦାଣ୍ଡ ଦୁଆର # ସ୍ମୃତି ଏକ ବାଲି ଘର ମୋ ଅଗଣାର # ଏଇ ଅଗଣା। ଅଗଣା କହିଲେ କଣ ବୁଝାଏ? ଆଜିର ସହରି ଜୀବନ ରେ ଅଗଣା ଗୋଟିଏ ଅବୁଝା ଶବ୍ଦ। ଆମ ପିଲାମାନଙ୍କୁ ଏହାର ମାନେ ବୁଝାଇବା ସବୁଠୁ କଷ୍ଟକର କାମ। କାରଣ ଏମାନଙ୍କ ଜୀବନ ସିମେଣ୍ଟ ଜଙ୍ଗଲ ରେ ଫ୍ଲାଟରେ ବା ଆପାର୍ଟମେଣ୍ଟରେ ଆରମ୍ଭ ହୋଇ ଫ୍ଲାଟରେ ସରିବାକୁ ଯାଉଛି। ଏବେ ଗାଁ ରେ…
Read More - ଅଧିକ ପଢ଼ନ୍ତୁମୟୂରୀ ଅଣ୍ଡାରୁ ଆଦିଭଞ୍ଜ ! ମୟୂରଭଞ୍ଜ
ଅନେକ କଥା ଅଛି, ଯାହାର ରହସ୍ୟ ଛୁଇଁପାରିନି ଇତିହାସ । ଅଥଚ କିମ୍ବଦନ୍ତୀରେ ତାହା ଜନମାନସକୁ ଧରି ରଖିଛି ବର୍ଷବର୍ଷ ଧରି । ଓଡିଶା ଇତିହାସରେ ସେମିତି ଏକ ଅଜ୍ଞାତ ଅଧ୍ୟାୟ,ଯାହାକୁ ନେଇ ଆଜି ବି ଗବେଷକ ମାନେ ଅନିଶ୍ଚିତତା ଆଉ ଦ୍ୱନ୍ଦ୍ୱରେ । ଆମେ ପୁରାଣ, କିମ୍ବଦନ୍ତୀ ଓ ଲୋକକଥାରୁ ଶୁଣିଛେ ,କାନ ବାଟରେ କର୍ଣ୍ଣଙ୍କର ଜନ୍ମ , ଗଣେଶଙ୍କର ସ୍ୱରୂପ, ଭଗବାନଙ୍କ ଚାରି ଅବତାର ମୀନ, କତ୍ସପ,ବରାହ ,ନୃସିଂହ ,ନବଗୁଞ୍ଜର ରୂପ ,ମତ୍ସ୍ୟକନ୍ୟା ଏବଂ ବିଭିନ୍ନ ଦେବଦେବୀଙ୍କ ପଶୁପକ୍ଷୀ ବାହନ ,…
Read More - ଅଧିକ ପଢ଼ନ୍ତୁଭଲପାଇବାର ମୃତ୍ୟୁ ନାହିଁ
ରତ୍ନଗିରୀ ପାହାଡ ତୁଙ୍ଗରେ ବିଦାୟୀ ସୂର୍ଯ୍ୟ । ନିକଟସ୍ଥ ରାଜବାଟୀ ସାରା ବିଛେଇ ହୋଇ ପଡିଥିଲା ଲାଲ୍ ସୂର୍ଯ୍ୟର ରକ୍ତିମ ଆଭା । ସେତେବେଳକୁ ରାଜକନ୍ୟା ବସିଥିଲା ଭଗ୍ନ ରାଜବାଟୀ ଉପରେ, ତା’ ବାରହାତ କେଶକୁ ଖୋଲି । ମାଲୁଣୀ ବନ୍ଧୁଥିଲା ତା ଜୁଡା । ଜୁଇ,ଜାଇ,ହେମା,କେତକୀ,ମଲ୍ଲି,ମାଳତୀ,ଗୋଲାପ,ରଜନୀ ଗନ୍ଧା ……. ଏମିତି ଜାତି ଜାତିକା ଫୁଲରେ । ତଥାପି ଫୁଲର ଅଭାବ ପଡୁଥିଲା ତା ଗଭାକୁ । ଭ୍ରମର ମାନେ ଭ୍ରମରେ ଉଡୁଥିଲେ ତା’ଛାତି ପଦ୍ମକୁ ଚୁମିବା ଲୋଭରେ । ଲାଲ୍ ରଙ୍ଗର କିରଣରେ…
Read More - ଅଧିକ ପଢ଼ନ୍ତୁ| ଗାଈର ଆତ୍ମକାହଣୀ |
ମୁଁ ଗୋଟେ ଗାଈ ମୋଭଳି ଦୁଃଖିକେ ସଂସାରେ ନାହିଁ ମୋଆତ୍ମକାହାଣୀ ଶୁଣିଦେଲେ ଥରେ ଚେତାହଜି ଯିବ ଭାଈ ଆଦରକରନ୍ତି ଗୋମାତା କହି ତାଙ୍କମୁହେଁ ଟିକେ ଲାଜବିନାହିଁ ଖାଇସାରି ଯାହା ଅଇଁଠା ବଳଇ କୁଣ୍ଡରେ ଢାଳନ୍ତି ନେଇ କାନ୍ଦିକାନ୍ଦି ସବୁ ଚାଟିଚୁଟି ଖାଏ ପେଟ ଚାଖଣ୍ଡକପାଇଁ ତଥାପିଦରଦ ନାହିଁ ମୋ ଚାରଣଭୂଇଁ ଜଗି ଚଷିଲେଣି ଘାସ ବିନା ବିଷ୍ଠା ଖାଇଦିଅଇ ରାତିରେ ମାଲିକ ଆରାମେ ଶୁଅଇ ଫ୍ୟାନ ଲଗାଇ ମଶାରୀ ଟଙ୍ଗାଇ ଓଦା ସଡବଡ ଆବୁଡା ଖାବୁଡା ଅପନ୍ତରା ସେହି ଗୁହାଳ ଭିତରେ…
Read More - ଅଧିକ ପଢ଼ନ୍ତୁସ୍ଵପ୍ନ ଏକ ମଧୁର ଶଦ୍ଦ – ଠିକ ଅଛି ବୋଧେ !
ସ୍ଵପ୍ନ ……… ବଡ ସୁନ୍ଦର ଶଦ୍ଦଟିଏ। ସ୍ଵପ୍ନ ବୋଲି କହିଦେଲେ ବା ଶୁଣିଦେଲେ ମନଟା କେମିତି ଶିର୍ ଶିରେଇ ଯାଏ। ସ୍ଵପ୍ନ ର ରାଜକୁମାର ବା ସ୍ଵପ୍ନ ର ରାଜକୁମାରୀ। ପକ୍ଷୀରାଜ ଘୋଡ଼ା। ସ୍ଵପ୍ନ ର ଗାଡି, ସ୍ଵପ୍ନ ର ଘର ଆହା ହା କି ସୁନ୍ଦର ସେ ସ୍ଵପ୍ନ ସବୁ। ମୁଁ କାଲି ରାତିରେ ଗୋଟେ ସ୍ଵପ୍ନ ଦେଖିଲି। ନିଦ ଭାଙ୍ଗିଗଲା ରାତି ୪ଟା ବେଳକୁ। କଣ ସ୍ଵପ୍ନ ଦେଖିଲି ତାକୁ ମନେ ପକେଇଗଲି। ଖୁବ ମଜା ଲାଗିଲା। ଭାବିଲି ତାକୁ ଲେଖିବି…
Read More - ଅଧିକ ପଢ଼ନ୍ତୁ