ଭୋକ

Representational Image

କଅଁଳ   ଶିଶୁର

ଥରିଲା   ଓଠ

ନିରୀହ  ଆଖିରୁ

ଝରି ପଡୁଥିବା ଲୁହ ହିଁ ଭୋକ,*

 

ଚମ   ଧୁଡୁଧୁଡୁ

ସାଇକେଲ   ଚଢା

ପରିବାର-ପୋଷା  ବୃଦ୍ଧ  ମଉସା

ପରିବା  ବିକା   ତା’ର   ବେଉସା

ପରିବା  ଝୁଡିରେ  ମେଣ୍ଟେ ତା ଭୋକ,*

 

ବର୍ଷ   ତମାମ   ଝାଳ  ଦେହରେ

ଖରା  ବର୍ଷା  ଶୀତ, ମରୁଡି  ସହେ

ମାଟିରେ   ମାଟି  ହୋଇ

ମାଟିର  ଗର୍ଭରୁ  ସୁନା  ଫଳାଇ

କୃଷକ   ସେହି

ପଖାଳ କଂସାରେ ଭୋକ ମେଣ୍ଟଇ,*

 

 

ବାଲି  , ସିମେଣ୍ଟ   ଫେଣ୍ଟା

କରଣି  ଧରା  ଶାଣିତ   ହାତ

ଅଧା   ପାଠୁଆର

ମୁଣ୍ଡରେ    ବୋଝ

ପାଞ୍ଚ  ପ୍ରାଣିଙ୍କର    ରହିଛି   ପେଞ୍ଚ

କୁଟୁମ୍ବ  ପୋଷାରେ ଥାଏ ତା’  ଭୋକ,*

 

ପାନ  ଖିଆ  ଦାନ୍ତେ , ଦର  ହସଟେ

ଦିନ  ମଜୁରିଆ  ଯୁବକ  ଅଟେ

ବଢିଲା  ଭଉଣୀ ,  ଘର  ଦାୟିତ୍ବ

କାନ୍ଥ  ରଙ୍ଗେଇବା,  ରଙ୍ଗବ୍ରଶରେ  ମେଣ୍ଟାଏ  ଭୋକ,*

 

ରାଜନୀତିର    ପଶାଖେଳରେ

ରାଜନୀତିର   ଗଳିକନ୍ଦିରେ

ଆତ୍ମସାତରେ    ବୁଡି   ରୁହନ୍ତି

ଲୋକ  ଦେଖାଣିଆ   ସେବା  କରନ୍ତି

ସ୍ବାର୍ଥ   ସାଧନ  ରାଜନୀତିରେ  ରାଜନେତାଙ୍କର ଥାଏ ଯେ  ଭୋକ,*

 

ଅଧା  ଢଙ୍କା  ଦେହ

କାଖେ   ଛୁଆସହ

ପ୍ଲାଷ୍ଟିକ   ସହରେ

ଦୁର୍ଗନ୍ଧମୟ    ପରିବେଶରେ

ଛିଣ୍ଡା ଜରିଅଖା  ସାହାରା ତାର

ଅଳିଆ ଗଦାକୁ ନିଖାରୁ ଥିବା  ମା’ର

ସାଣୀତ ଚକ୍ଷୁ ରେ  ରହିଛି  ଭୋକ,*

 

କୁ-ସଂସ୍କାରିତ  ଅସାମାଜିକ

ଜ୍ଞାନ   ବୁଦ୍ଧି  ହୀନ   ମୂର୍ଖ   ମଣିଷ

ହିରୋଇନ  ସିଗାରେଟ୍ ଗଞ୍ଜେଇ  ନିଶା

ଛଡାଇ   ନେଇଛି   ନିଜଠୁ  ଆଶା

ପାଗଳ   କୁକୁର   ପ୍ରାୟେ   ବୁଲନ୍ତି

ନାରୀ, ମଦ, ମାଂସେ ଥାଏ ତାଙ୍କରି ଭୋକ,*

 

ରେଳ   ଷ୍ଟେସନ,  ବସ୍   ଷ୍ଟପରେ

ଜୁଳୁଜୁଳୁ   ଆଖି   ଥରିଲା   ହାତ

ନୁଖୁରା ବାଳରେ ନୁଖୁରା ମଣିଷ ପେଟରେ  ଭୋକ,*

 

ଆମେ  ସବୁ  ସେହି  ମଣିଷ

ସବୁକିଛି   ଥାଇ – ନିଜ  ଆତ୍ମଗ୍ଳାନିରେ

କିଛି   ନଥିବାର   ଲୋଭ

ହେଉଛି   ଭୋକ

ହେଉଛି    ଭୋକ ।***

 

*************************

ଭୁବନେଶ୍ୱର

Share

Related Posts

0 0 votes
Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x