ଜ୍ବାଳା

Representational Image

ଗ୍ରୀଷ୍ମ  ଜ୍ବାଳା  ଆଜି  ଅସହ୍ଯ  ହୋଇଛି

ବୃକ୍ଷ  ଦିଏ  ପତ୍ର  ଝଡା

ଦୂର  ଆକାଶରେ  ବାହୁଡା  ବିହଙ୍ଗ

ଝାଡୁଥାଏ  ତା’ର  ଡେଣା

 

ଥୁଣ୍ଟା  ଗଛ  ଆଜି  ମୁକସାକ୍ଷୀ  ଅଛି

ପ୍ରକୃତି  ସାଧୁଛି  ଦାଉ

ଅଜ୍ଞାନୀ  ମଣିଷ  ପଶୁତୁଲ୍ଯ  ଆଜି

ପଥ  ହୁଡି  ଥାଏ  ଯେହୁ

 

କାନ୍ଦୁଛି  ଧରଣୀ  କୋହ  ଧରି  ବକ୍ଷେ

କେହି  ନ  ବୁଝେ  ତା  ଦୁଃଖ

ଜୀବ  ଜଗତରେ  ହାହାକାର  ଆଜି

ଅନୁତପ୍ତ   ସାରା  ବିଶ୍ବ

 

ନିଜ  ହାତେ  ନିଜ  କୁରାଢ଼ି  ମାରୁଛେ 

ଭାବିବାକୁ  ବେଳ   ନାହିଁ

ସଜାଡି  ହେବାତ  ବେଳ  ଥାଉ  ଥାଉ

ଆଗାମୀ   ପିଢିର   ପାଇଁ  ।

 

********************************

ଭୁବନେଶ୍ୱର

Share

Related Posts

5 3 votes
Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x