। । ଏକ ଅଦିନିଆ ଋତୁର ବଉଳ ସେ ସ୍ମୃତି । ।

Representational Image

ମୁଁ ଓ ମୋ ପ୍ରିୟତମା ସମୁଦ୍ର କୂଳେ ବସିଥିଲୁ, ଅନେକ ବେଳୁ । ସମୁଦ୍ର ଗୀତ ଗାଉଥିଲା। ମନ ଫୁଲାଣିଆ ଗୀତ। ତା’ ସୁଲୁସୁଲିଆ ପବନରେ ଆମ ତାଳୁରୁ ତଳିପା ଯାଏଁ ସାଉଁଳି ନେଉଥିଲା ଓ ବାଲିପଠାରେ ଲୁଚକାଳି ଖେଳ ଖେଳୁଥିଲା । ବଡ ରସିକ ତ । ଭାରି ଷ୍ଟାଇଲ ମାରୁଥିଲା । ଥରେ ଥରେ ଲୁଚି ଲୁଚି ଆସି ମୋ ପ୍ରିୟାର ଅଳତା ଭିଜା ପାଦକୁ ଗୋଟେ ଗୋଟେ ଚୁମା ଦେଇ ଚାଲିଯାଉଥିଲା। ସତରେ ଆଜି ସମୁଦ୍ରଟା ଭାରି ସେକ୍କ୍ସି ଲାଗୁଥିଲା…

Share
Read More - ଅଧିକ ପଢ଼ନ୍ତୁ

ଭୋକ

Representational Image

କଅଁଳ   ଶିଶୁର ଥରିଲା   ଓଠ ନିରୀହ  ଆଖିରୁ ଝରି ପଡୁଥିବା ଲୁହ ହିଁ ଭୋକ,*   ଚମ   ଧୁଡୁଧୁଡୁ ସାଇକେଲ   ଚଢା ପରିବାର-ପୋଷା  ବୃଦ୍ଧ  ମଉସା ପରିବା  ବିକା   ତା’ର   ବେଉସା ପରିବା  ଝୁଡିରେ  ମେଣ୍ଟେ ତା ଭୋକ,*   ବର୍ଷ   ତମାମ   ଝାଳ  ଦେହରେ ଖରା  ବର୍ଷା  ଶୀତ, ମରୁଡି  ସହେ ମାଟିରେ   ମାଟି  ହୋଇ ମାଟିର  ଗର୍ଭରୁ  ସୁନା  ଫଳାଇ କୃଷକ   ସେହି ପଖାଳ କଂସାରେ ଭୋକ ମେଣ୍ଟଇ,*     ବାଲି  , ସିମେଣ୍ଟ   ଫେଣ୍ଟା କରଣି  ଧରା  ଶାଣିତ  …

Share
Read More - ଅଧିକ ପଢ଼ନ୍ତୁ

ଶୀତର ସେଇ ଶେଷ ରାତି

Representational Image

ସେଇ ଯେ ଶେଷ ଥର କାଳିନ୍ଦୀ ତା ‘ ଆଈ ଘରକୁ ଯାଇଥିଲା । ତାହା ଗୋଟିଏ ଶୀତ ଋତୁ ଥିଲା । ଚାରିଆଡେ ହେମାଳ ପବନ ର ଛୁଆଁ । ରାତି ରେ ଘାସ ଉପରେ କାକର ବୁନ୍ଦା, ପାଦ ଦୁଇଟିକୁ ଓଦା କରିଦେଉଥିଲା । ନଇ କୂଳିଆ ଗାଁ ହୋଇଥିବାରୁ ଥଣ୍ଡା ପବନରେ ଦେହ ଶୀତେଇ ଉଠେ । ସନ୍ଧ୍ୟା ହେଲା ମାତ୍ରେ ଗୋଟିଏ ସ୍ଥାନ ରେ ନିଆଁ ଜଳା  ହେଉଥିଲା ଏବଂ ନିଆଁ କୁ ଘେରି କିଏ ମଶିଣା, ରେ…

Share
Read More - ଅଧିକ ପଢ଼ନ୍ତୁ

ସ୍ମୃତି ସେ ବହୁତ ମଧୁର, ବାଲି ଘର ମୋ ଅଗଣାର

Representational Image

# ସ୍ମୃତି ଏକ ରୂପା ଜହ୍ନ  #  ଏଇ ଅଗଣା, ଏ ଘର ଏ ଦାଣ୍ଡ ଦୁଆର # ସ୍ମୃତି ଏକ ବାଲି ଘର ମୋ ଅଗଣାର # ଏଇ ଅଗଣା। ଅଗଣା କହିଲେ କଣ ବୁଝାଏ? ଆଜିର ସହରି ଜୀବନ ରେ ଅଗଣା ଗୋଟିଏ ଅବୁଝା ଶବ୍ଦ। ଆମ ପିଲାମାନଙ୍କୁ ଏହାର ମାନେ ବୁଝାଇବା ସବୁଠୁ କଷ୍ଟକର କାମ। କାରଣ ଏମାନଙ୍କ ଜୀବନ ସିମେଣ୍ଟ ଜଙ୍ଗଲ ରେ ଫ୍ଲାଟରେ ବା ଆପାର୍ଟମେଣ୍ଟରେ ଆରମ୍ଭ ହୋଇ ଫ୍ଲାଟରେ ସରିବାକୁ ଯାଉଛି। ଏବେ ଗାଁ ରେ…

Share
Read More - ଅଧିକ ପଢ଼ନ୍ତୁ