ISRO ସଫଳତାର ସହିତ ସିଙ୍ଗାପୁରର ଦୁଇଟି ଉପଗ୍ରହ ନେଇ PSLV-C55 ମିଶନ୍ ଉତକ୍ଷେପଣ କଲା

Youtube/ISRO Official

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ସ (ISRO) ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV-C55) ସିଙ୍ଗାପୁରର TeLEOS-2 କୁ ପ୍ରାଥମିକ ଉପଗ୍ରହ ଭାବରେ ଏବଂ Lumelite-4 କୁ ସହ-ଯାତ୍ରୀ ଉପଗ୍ରହ ଭାବରେ ଶ୍ରୀହରିକୋଟା ସତିଶ ଧାୱନ ସ୍ପେସ୍ ସେଣ୍ଟରରୁ ଏପ୍ରିଲ୍ 22, (14.19 ଘଣ୍ଟା) ସମୟରେ ଉତକ୍ଷେପଣ କଲା | ଏଥିପାଇଁ ISRO ଚେୟାରମ୍ୟାନ୍ ଏସ୍ ସୋମନାଥ ଏହି ସଫଳ ଉନ୍ମୋଚନ ପାଇଁ PSLV ଏବଂ NSIL କୁ ଅଭିନନ୍ଦନ ଜଣାଇଛନ୍ତି |
ISRO ଦ୍ୱାରା ପ୍ରଦାନ କରାଯାଇଥିବା ବିବରଣୀ ଅନୁଯାୟୀ, PSLV-C55 ହେଉଛି ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ର ଏକ ଉତ୍ସର୍ଗୀକୃତ ବ୍ୟବସାୟିକ PSLV ମିଶନ୍ |

Share
Read More - ଅଧିକ ପଢ଼ନ୍ତୁ

ଏକ ନବୀନ ପ୍ରଭାତର ଅପେକ୍ଷାରେ …

Tribune

ସାମ୍ପ୍ରତିକ ପରିସ୍ଥିତିର ଅବସ୍ଥାକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଠିକ ଭାବେ ଅନୁଭବ କରିପାରିବା । ସାରା ବିଶ୍ୱରେ ଏବେ ଗୋଟିଏ କଥାକୁ ନେଇ ଖୁବ ଚର୍ଚ୍ଚା । ସମସ୍ତଙ୍କ ଫୋକସ୍‌ରେ ସେଇ ଗୋଟିଏ କଥା । ସମ୍ପ୍ରତି ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା । ଆଜି ସବୁଆଡ଼େ କରୋନାକୁ ନେଇ ନାନା ବିତର୍କ । ସବୁ ଗଣମାଧ୍ୟମର ଶିରୋନାମା ସାଜିଛି କରୋନା । ଭୟାବହର ଆବରଣ ଭିତରେ ଫସି ରହିଛି ସମ୍ପୂର୍ଣ୍ଣ ମାନବସମାଜ । ଚୀନ , ଇଟାଲି…

Share
Read More - ଅଧିକ ପଢ଼ନ୍ତୁ

ବିପର୍ଯ୍ୟୟ ପରିଚାଳନାର ଚାଣକ୍ୟ

.

ସାରା ପୃଥିବୀ, ସମଗ୍ର ମାନବ ସମାଜ ଅବିଶ୍ୱାସ, ଆତଙ୍କ, ଆଶଂକା ଭିତରେ । ଏ ମଣିଷର ସବୁ କଳ, ବଳ, କୌଶଳ ବାଟବଣା ହେଇଗଲା, ବୁଦ୍ଧି ହଜିଗଲା । ଏମିତି ବି ହେଇପାରେ! ମଣିଷ କ’ଣ ଭାବିଥିଲା କେବେ? ବିଜ୍ଞାନ ବି ପାରୁନି । ଅବଶ୍ୟ ସମୟ ଆସିବ, ବିଜ୍ଞାନ ତା’ ଚେଷ୍ଟାରେ ସଫଳ ହେବ । ତେବେ ଅନେକ ଜୀବନ ଚାଲିଗଲା । ପ୍ରତି ମୁହୂର୍ତରେ ଯାଉଛି । ଆଉ କେତେଯିବ, ତା’ର ଠିକଣା ନାହିଁ । ଯାହା ହେଇଗଲା, ଯାହା ହବାକୁ…

Share
Read More - ଅଧିକ ପଢ଼ନ୍ତୁ

ଗଣପତିଂ ହବାମହେ

Representational Image

ଗଣେଶଙ୍କୁ ଯଜ୍ଞରେ ଆହୁତି ଦେଲାବେଳେ ବ୍ରାହ୍ମଣ ମନ୍ତ୍ରପାଠ କରନ୍ତି- ‘‘ଗଣାନାଂ ତ୍ୱାଂ ଗଣପତିଗୁଁ ହବାମହେ। ପ୍ରିୟାଣାଂ ତ୍ୱାଂ ପ୍ରିୟପତିଗୁଁ ହବାମହେ। ନିଧିନାଂ ତ୍ୱାଂ ନିଧିପତିଗୁଁ ହବାମହେ। ବସୋ ମମ।’ ତା’ହେଲେ ଗଣମାନଙ୍କର ପତି ହେଉଛନ୍ତି ଗଣପତି। ସେ ମଧ୍ୟ ପ୍ରିୟମାନଙ୍କର ପତି ଓ ନିଧିମାନଙ୍କର ପତି। ଗଣ କିଏ? ଗଣ ଅର୍ଥ ଦେବଗଣ, ଜନଗଣ ବା ଜୀବଗଣ। ପତି ଶବ୍ଦ ଭିତରେ ଅଛି ପା ଧାତୁ- ଅର୍ଥ ପାଳନ, ପୋଷଣ, ରକ୍ଷା। ଯିଏ ଗଣର ପାଳନ, ପୋଷଣ ଓ ରକ୍ଷା କରନ୍ତି ସେ ହିଁ…

Share
Read More - ଅଧିକ ପଢ଼ନ୍ତୁ

ମଣିଷ ପାଇଁ ଯଂତ୍ରମଣିଷ

.

ଚାଇନାର ଉହାନ ସହରରୁ କରୋନା ଭୂତାଣୁ ସାରା ପୃଥିବୀକୁ ବ୍ୟାପିଲା । ଏବେ ଚାଇନାର ମୃତ୍ୟୁସଂଖ୍ୟା ଠାରୁ ଅନ୍ୟ ଦେଶର ମୃତ୍ୟୁସଂଖ୍ୟା ବଢିଯାଇଛି । କରୋନା ଭୂତାଣୁର ସଂକ୍ରମଣରୁ ରୋକିବାରେ ସଂପ୍ରତି ଚାଇନା ସଫଳ ହେଇଛି । ପ୍ରଥମତଃ ସରକାରଙ୍କ ଲକ୍‌ଡାଉନ ନିଷ୍ପତ୍ତିକୁ ଚାଇନାବାସୀ ମାନିଲେ । ଦ୍ବିତୀୟତଃ ଯଂତ୍ର ମଣିଷ(ସହଜ ଭାଷାରେ ରୋବଟ୍) ମାଧ୍ୟମରେ ଚାଇନାରେ ବିଶୋଧନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଗଲା । ବ୍ୟାପକ ଅଂଚଳରେ କୀଟନାଶକ ସିଂଚନ କରାଗଲା । ଚାଇନିଜ୍ ରୋବୋଟିକ୍ ଫାର୍ମମାନେ ଏଭଳି ବିଶୋଧନ କାର୍ଯ୍ୟରେ ଜୋରସୋରରେ…

Share
Read More - ଅଧିକ ପଢ଼ନ୍ତୁ

ଧନ୍ୟବାଦ କାହାକୁ?

.

କରୋନାକୁ ନେଇ ହାହାକାର । ତେବେ କରୋନାରୁ ରକ୍ଷା ପାଇବା ପାଇଁ ଅ।ମେ ବି ତୟାର । ଘଂଟ, ଘଂଟି, ତାଳି, ଥାଳି, ଶଂଖନାଦ । କରୋନାର ମୁକାବିଲା ପାଇଁ ଏସବୁ ହେଲା ରାମବାଣ । ଥୋକେ ହସିଲେ, ଗମାତ କଲେ, ଜିରାରୁ ଶିରା କାଢିଲେ; ହେଲେ କ’ଣ ହବ, ସାରା ଦେଶବାସୀ ଦେଖେଇଦେଲେ । ଏକ ହେଇଗଲା ସାରା ଦେଶ । ସକରାତ୍ମକ ଭାବନା ଏବଂ ଅ।ତଂକ ବିରୋଧରେ ଲଢିବାର ଶକ୍ତି ଯୋଗାଇଛି ଏଇ ଘଂଟ, ଘଂଟି, ତାଳି, ଥାଳି, ଶଂଖନାଦ ।…

Share
Read More - ଅଧିକ ପଢ଼ନ୍ତୁ

ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ

.

ବେଦଭୂମୀ  ଭାରତରେ  ବିଷ୍ଣୁ  ଉପାସନା  କାହିଁ  ବୈଦିକ  ଯୁଗରୁ  ପ୍ରଚଳିତ  ହୋଇଆସୁଛି  ।  ହିନ୍ଦୁ  ଧର୍ମରେ  ବିଶେଷ  ଭାବେ  ତ୍ରିମୂର୍ତ୍ତି  କଳ୍ପନାରେ  ବ୍ରହ୍ମା,  ବିଷ୍ଣୁ  ଓ  ମହେଶ୍ବର  ପୂଜିତ  ହୋଇଆସୁଛନ୍ତି   ।  ଏହି  ତ୍ରିମୂର୍ତ୍ତି  ନିଜ ନିଜର  ସ୍ୱତନ୍ତ୍ର  ଶକ୍ତିର  ପରାକାଷ୍ଠା  ଦର୍ଶାଇ   ସ୍ୱତନ୍ତ୍ର  ସ୍ଥାନର  ଅଧିକାରୀ  ହୋଇଥିବା  ହିନ୍ଦୁମାନଙ୍କ  ବିଶ୍ୱାସରେ  ରହିଆସିଛନ୍ତି  ।  ବ୍ରହ୍ମା  ସୃଷ୍ଟି  କର୍ତ୍ତା,   ବିଷ୍ଣୁ  ପାଳନ  କର୍ତ୍ତା  ଓ  ମହେଶ୍ବର  ସଂହାର  କର୍ତ୍ତା  ।  ତ୍ରିମୂର୍ତ୍ତିଙ୍କ  ମଧ୍ୟରେ  ବିଷ୍ଣୁ  କେବଳ   ଯୁଗେ  ଯୁଗେ  ଅବତାର  ନିଅନ୍ତି  ।  ବିଷ୍ଣୁ …

Share
Read More - ଅଧିକ ପଢ଼ନ୍ତୁ

କବି ପ୍ରତିଭାର ଜୟଗାନ

Representational Image

ଲକ୍ ଡାଉନ୍ ର  କିଛି  ଦିନ  ପୂର୍ବରୁ  ମୋତେ  ଏକ  କବିତା  ଆସରରେ  ଯୋଗ  ଦେବାକୁ  ପଡିଥିଲା  ।  ପୁଣି   ନିମନ୍ତ୍ରଣ  ଅତିଥି  ବନାମ  ମୁଖ୍ୟ  ବକ୍ତା  ଭାବରେ  ।   ମଞ୍ଚାସିନ  ଅତିଥିମାନଙ୍କ  ଗହଣରେ   ସାହିତ୍ୟ  ଚର୍ଚ୍ଚା  କରିବା  ସପକ୍ଷରେ  ନଥିଲି  କି  ମୋର  ସେମିତି  କିଛି  ଆଗ୍ରହ  ନଥିଲା  ।  ଭାବୁଥିଲି   ମୋର  ନମସ୍ୟ  ବିଶ୍ୱବିଦ୍ୟାଳୟ   ଓଡିଆ  ଭାଷା   ସାହିତ୍ୟର  ବିଭାଗୀୟ  ପ୍ରାଧ୍ୟାପକ  ଓ  ମହାବିଦ୍ୟାଳୟ  ଅଧ୍ୟାପକବୃନ୍ଦ  ଏମାନଙ୍କ  ସାହିତ୍ୟ  ଗବେଷଣା  ଗଭୀର  ଚାଷ  ନିକଟରେ  ହାର  ମାନିଯିବେ  ।  ଅର୍ଥାତ  କୌଣସି  …

Share
Read More - ଅଧିକ ପଢ଼ନ୍ତୁ

ବୈଦ୍ୟୁତିକ ଗଣମାଧ୍ୟମ

.

ସଂପ୍ରତି ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ମଧ୍ୟରେ ଗଳାକଟା ପ୍ରତିଯୋଗିତା ଚାଲିଛି । ଟିଆରପି ସାଜିଛି ନିର୍ଣ୍ଣାୟକ । ବିଜ୍ଞାପନ ଓ ବ୍ୟବସାୟ ଗଣମାଧ୍ୟମର ବିଷୟବସ୍ତୁ ଚୟନର ମୁଖ୍ୟ ମାପକାଠି ହୋଇଛି । ଏଇ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦୀ ଚ୍ୟାନେଲର କୁତ୍ସାରଟନା ବି ଚାଲିଛି । ଗୁଡ଼େ ମିଛ ଖବରକୁ ବି ସାମ୍ନାକୁ ଅଣାଯାଉଛି । ଏଭଳି ହେବା ଫଳରେ ଖବର ପ୍ରତି ଦର୍ଶକଙ୍କ ବିଶ୍ୱସନୀୟତା କମୁଛି । ଚାଂଚଲ୍ୟସୃଷ୍ଟିକାରୀ ଖବରକୁ ଅନେକ ଚ୍ୟାନେଲ ଗୁରୁତ୍ୱ ଦେଉଛନ୍ତି, ଭଲ ଖବର ପାଇଁ ଜାଗା ନାହିଁ । ଆଜ୍ଞା ମିଡିଆ…

Share
Read More - ଅଧିକ ପଢ଼ନ୍ତୁ