। । ଏକ ଅଦିନିଆ ଋତୁର ବଉଳ ସେ ସ୍ମୃତି । ।

Representational Image

ମୁଁ ଓ ମୋ ପ୍ରିୟତମା ସମୁଦ୍ର କୂଳେ ବସିଥିଲୁ, ଅନେକ ବେଳୁ । ସମୁଦ୍ର ଗୀତ ଗାଉଥିଲା। ମନ ଫୁଲାଣିଆ ଗୀତ। ତା’ ସୁଲୁସୁଲିଆ ପବନରେ ଆମ ତାଳୁରୁ ତଳିପା ଯାଏଁ ସାଉଁଳି ନେଉଥିଲା ଓ ବାଲିପଠାରେ ଲୁଚକାଳି ଖେଳ ଖେଳୁଥିଲା । ବଡ ରସିକ ତ । ଭାରି ଷ୍ଟାଇଲ ମାରୁଥିଲା । ଥରେ ଥରେ ଲୁଚି ଲୁଚି ଆସି ମୋ ପ୍ରିୟାର ଅଳତା ଭିଜା ପାଦକୁ ଗୋଟେ ଗୋଟେ ଚୁମା ଦେଇ ଚାଲିଯାଉଥିଲା। ସତରେ ଆଜି ସମୁଦ୍ରଟା ଭାରି ସେକ୍କ୍ସି ଲାଗୁଥିଲା…

Share
Read More - ଅଧିକ ପଢ଼ନ୍ତୁ

ଭଲପାଇବାର ମୃତ୍ୟୁ ନାହିଁ

Representational Image

ରତ୍ନଗିରୀ ପାହାଡ ତୁଙ୍ଗରେ ବିଦାୟୀ ସୂର୍ଯ୍ୟ । ନିକଟସ୍ଥ ରାଜବାଟୀ ସାରା ବିଛେଇ ହୋଇ ପଡିଥିଲା ଲାଲ୍ ସୂର୍ଯ୍ୟର ରକ୍ତିମ ଆଭା । ସେତେବେଳକୁ ରାଜକନ୍ୟା ବସିଥିଲା ଭଗ୍ନ ରାଜବାଟୀ ଉପରେ, ତା’ ବାରହାତ କେଶକୁ ଖୋଲି । ମାଲୁଣୀ ବନ୍ଧୁଥିଲା ତା ଜୁଡା । ଜୁଇ,ଜାଇ,ହେମା,କେତକୀ,ମଲ୍ଲି,ମାଳତୀ,ଗୋଲାପ,ରଜନୀ ଗନ୍ଧା ……. ଏମିତି ଜାତି ଜାତିକା ଫୁଲରେ । ତଥାପି ଫୁଲର ଅଭାବ ପଡୁଥିଲା ତା ଗଭାକୁ । ଭ୍ରମର ମାନେ ଭ୍ରମରେ ଉଡୁଥିଲେ ତା’ଛାତି ପଦ୍ମକୁ ଚୁମିବା ଲୋଭରେ । ଲାଲ୍ ରଙ୍ଗର କିରଣରେ…

Share
Read More - ଅଧିକ ପଢ଼ନ୍ତୁ