ଚାଇନାର ଉହାନ ସହରରୁ କରୋନା ଭୂତାଣୁ ସାରା ପୃଥିବୀକୁ ବ୍ୟାପିଲା । ଏବେ ଚାଇନାର ମୃତ୍ୟୁସଂଖ୍ୟା ଠାରୁ ଅନ୍ୟ ଦେଶର ମୃତ୍ୟୁସଂଖ୍ୟା ବଢିଯାଇଛି । କରୋନା ଭୂତାଣୁର ସଂକ୍ରମଣରୁ ରୋକିବାରେ ସଂପ୍ରତି ଚାଇନା ସଫଳ ହେଇଛି । ପ୍ରଥମତଃ ସରକାରଙ୍କ ଲକ୍ଡାଉନ ନିଷ୍ପତ୍ତିକୁ ଚାଇନାବାସୀ ମାନିଲେ । ଦ୍ବିତୀୟତଃ ଯଂତ୍ର ମଣିଷ(ସହଜ ଭାଷାରେ ରୋବଟ୍) ମାଧ୍ୟମରେ ଚାଇନାରେ ବିଶୋଧନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଗଲା । ବ୍ୟାପକ ଅଂଚଳରେ କୀଟନାଶକ ସିଂଚନ କରାଗଲା । ଚାଇନିଜ୍ ରୋବୋଟିକ୍ ଫାର୍ମମାନେ ଏଭଳି ବିଶୋଧନ କାର୍ଯ୍ୟରେ ଜୋରସୋରରେ ଲାଗିପଡ଼ିଲେ, ଯାହାଫଳରେ କରୋନା ଉପରେ ବହୁଳ ଭାବରେ ନିୟଂତ୍ରଣ ଅ।ସିପାରିଲା । ଏହି ବିଶୋଧନ କାର୍ଯ୍ୟ କରୁଥିବା Robot ‘Thor-1’ କୁ ଚାଇନିଜ୍ ସରକାରୀ ଗଣମାଧ୍ୟମ ଦ୍ବାରା ‘hardcore weapon’ of ‘extraordinary power’. ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ରୋବଟ୍ ମାଧ୍ୟମରେ ବି କରୋନା ଅ।କ୍ରାନ୍ତ ବ୍ୟକ୍ତିଙ୍କ ନିକଟରେ ଔଷଧ ଓ ଖାଦ୍ୟ ପଦାର୍ଥ ପଠାଯାଉଛି । ଖାଦ୍ୟପେୟ ଠାରୁ ଅ।ରଂଭ କରି ଔଷଧ ପର୍ଯ୍ୟନ୍ତ, ସବୁ କିଛି ସଂଭବ ହେଇପାରୁଛି ରୋବଟ୍ ମାଧ୍ୟମରେ । ଏଇଭଳି ବ୍ୟବସ୍ଥା ଯଦି ଅ।ମ ଦେଶରେ କରାଯାଇପାରନ୍ତା, ତା’ହେଲେ କରୋନାକୁ ମୁକାବିଲା କରିବାରେ ଅଧିକ ସଫଳତା ମିଳନ୍ତା ।
କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ସଂଭବ ନୁହେଁ । ତେବେ ଯେତିକି ସଂଭବ ବିଶୋଧନ କାର୍ଯ୍ୟ କରାଯିବା କଥା, ତାହା ମଧ୍ୟ ହେଉନାହିଁ । କୁଢ କୁଢ ଅଳିଅ। ବିଭିନ୍ନ ସ୍ଥାନରେ ପଡ଼ିରହୁଛି । ଏକରେ ଜନଗହଳିପୂଣ୍ଣ ଦେଶ, ଦ୍ବିତୀୟରେ ପରିଷ୍ପାର ପରିଚ୍ଛନ୍ନତା କ୍ଷେତ୍ରରେ ଅ।ମେ ଭାରି ଢିଲା । ତେଣୁ ଏଥିପାଇଁ ଖାଲି ସରକାର ଦାୟୀ ନୁହଁନ୍ତି, ଅ।ମେମାନେ ମଧ୍ୟ ଦାୟୀ । ଘରୁ ଅଳିଅ। ନେଇ ବାହାରେ ପକାଇଦେଲେ ଅ।ମ କର୍ତବ୍ୟ ସରଗିଲା । ଗୋଷ୍ଠୀଗତ ଭାବେ ସଫେଇ ଅଭିଯାନ ଅ।ମ ଦେଶରେ ଏତେଟା ନାହିଁ । ଯାହାକିଛି ହୁଏ, ତାହା କେବେଳ ଲୋକଦେଖାଣିଅ। ଭାବେ ହୁଏ, ଗଣମାଧ୍ୟମରେ ପ୍ରଚାର, ପ୍ରସାର ପାଇଁ ହେଇଗଲେ କାମ ସରିଲା । ପ୍ରଧାନମଂତ୍ରୀ ନରେନ୍ଦ୍ର ମୋଦୀ କେତେ କଷ୍ଟ କରି ‘ସ୍ବଚ୍ଛ ଭାରତ ଅଭିଯାନ’ ଅ।ରଂଭ କଲେ, ହେଲେ ସବୁ ଫେଲ୍ ମାରିଲା ।
ତେଣୁ ବର୍ତ୍ତମାନ ସମୟରେ ଅ।ମ ପାଇଁ ବଡ ଅ।ହ୍ବାନ କେମିତି କରୋନାକୁ ମୁକାବିଲା କରିବା । ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ଏବଂ ଘରେ ରହିବା, ଜମାରୁ ବାହାରକୁ ବାହାରିବା ନାହିଁ । ପାଠକବଂଧୁ, କରୋନା ପାଇଁ ସାବଧାନ ରୁହନ୍ତୁ, ସଚେତନ ରୁହନ୍ତୁ । East or West, Home is the Best. Take some Rest, Don’t call any Guest. Enjoy your Home Fest, Don’t have an Outgoing zest. This is our life saving Test. So, be in your nest; this is World’s Request.