“ମଶା ଓ ମଣିଷ”

Representational Image

ସବୁ ଆବର୍ଜନା ଅଳିଆ ଅସନା ପୋଚା ନରଦମା ମୋ ପାଇଁ ସ୍ଵର୍ଗ

ମୋ ଏନ୍ତୁଡ଼ିଶାଳ

ବଣ ବୁଦା ତୋଟା ମନ୍ଦିର ଓ ମଲ୍

ଚାଳଘର ଠାରୁ ଷ୍ଟାର୍ ହୋଟେଲ

ସବୁଠି ମୋର ରହଣିସ୍ଥଳ,

 

ଗରିବଙ୍କ ଘରେ କରେ ରାଜୁତି

ଧନୀଙ୍କି ଦେଖିଲେ ଲାଗଇ ଭୀତି

ଶୋଇଯାନ୍ତି ପୁଣି ମଶାରୀତଙ୍ଗାଇ

ଜଳାଇ ଦିଅନ୍ତି କଛୁଆବତି,

 

ଦିନସାରା ହାଡ଼ଭଙ୍ଗା କାମକରି

ମୂଲିଆ ଶୁଅଇ ହାଲିଆହୋଇ

ବିନା ପ୍ରତିବାଦେ ସେହି ସୁଯୋଗରେ

ତାଠାରୁ ରକ୍ତମୁଁ ଶୋଷି ଦିଅଇ,

 

ପ୍ରକୃତି କୁ କେବେ ଛାଡଇ ନାହିଁ

ତଥାପି ମୋର ବିବେକ ଥାଏ

ଭଲମନ୍ଦ ସବୁ ବିଚାରକୁ ନେଇ କାମୁଡିବା ପୂର୍ବୁ ଗୁଣୁଗୁଣୁ ହୋଇ

କାନରେତାହର ଚେତାଇଦିଏ,

 

ହେଲେ ମଣିଷ ଭାଇ !

ଶ୍ରେଷ୍ଠଜୀବ ବୋଲି ବୋଲାଉତୁହି

ମଦ ମାଂସ ପେଟେଖାଇ

ମଣିଷ ପଣିଆ ଜାଳି ପୋଡିଦେଇ

ବିଚାର ବିବେକ ପଛରେ ପକାଇ

ଭୁଲି ନିଜପର ରକ୍ତ ସମ୍ପର୍କ କୁ

ସାହାଯ୍ୟ  ଆଳରେ ସୁଯୋଗ କୁ ଉଣ୍ଡି

 ଧର୍ମ ଛଡ଼ା ହୋଇ ନାରୀର ଇଜ୍ଜତ  ଲୁଟୁଛୁ ତୁହି,

 

ଧିକ୍ ଧିକ କହି ଧିକ୍କାର କରୁଛି

ସାମାନ୍ୟ ମଶାଟେ ହୋଇ

 ମୁଁ କାମୁଡ଼ିଲେ ରୋଗ ହୁଅଇ

ମାତ୍ର  ଔଷଧ ଖାଇଲେ ଭଲହୁଅଇ,

 

 ହେଲେ ମଣିଷ କୃତ ଇଜ୍ଜତ ଲୁଟା

ରୋଗପାଇଁ କେଉଁଠି ଔଷଧ ମିଳଇ ନାହିଁ

ଔଷଧ ବୋଇଲେ ଗୋଟିଏ ଉପାୟ

ଆତ୍ମ ହତ୍ୟାଛଡା କିଛିବିନାହିଁ

ତେଣୁ, ମୋର ବିଚାରରେ ମୋଠାରୁ କଣ କାମାନ୍ଧ ମଣିଷ ଛୋଟ ନୁହଁଇ,

********************************

“କିଶୋର ଚନ୍ଦ୍ର ଭଞ୍ଜ”

ପୂର୍ବତନ ପ୍ରଧାନଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜସୁନାଖଲା, ୯୬୬୮୬୫୪୨୨୫

Share

Related Posts

4.5 2 votes
Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x