ମୁଁ ଗୋଟେ ଗାଈ
ମୋଭଳି ଦୁଃଖିକେ ସଂସାରେ ନାହିଁ
ମୋଆତ୍ମକାହାଣୀ ଶୁଣିଦେଲେ ଥରେ
ଚେତାହଜି ଯିବ ଭାଈ
ଆଦରକରନ୍ତି ଗୋମାତା କହି
ତାଙ୍କମୁହେଁ ଟିକେ ଲାଜବିନାହିଁ
ଖାଇସାରି ଯାହା ଅଇଁଠା ବଳଇ କୁଣ୍ଡରେ ଢାଳନ୍ତି ନେଇ
କାନ୍ଦିକାନ୍ଦି ସବୁ ଚାଟିଚୁଟି ଖାଏ ପେଟ
ଚାଖଣ୍ଡକପାଇଁ
ତଥାପିଦରଦ ନାହିଁ
ମୋ ଚାରଣଭୂଇଁ ଜଗି ଚଷିଲେଣି
ଘାସ ବିନା ବିଷ୍ଠା ଖାଇଦିଅଇ
ରାତିରେ ମାଲିକ ଆରାମେ ଶୁଅଇ
ଫ୍ୟାନ ଲଗାଇ ମଶାରୀ ଟଙ୍ଗାଇ
ଓଦା ସଡବଡ ଆବୁଡା ଖାବୁଡା
ଅପନ୍ତରା ସେହି ଗୁହାଳ ଭିତରେ
ରାତିକଟିଯାଏ ମଶା ଡାଉଁସ ଙ୍କ ଚୁମ୍ବନଖାଇ ଦୁଃଖ ବୁଝନ୍ତିନି କେହି
କର୍ତ୍ତବ୍ୟରେ କେବେ ହେଳା କରି ନାହିଁ
ଅପେକ୍ଷlକରିଛି ମରଣପାଇଁ
ଛୁଆ ମୋର ଯେବେ ଜନ୍ମହୁଅଇ
ମାଲିକ ଆନନ୍ଦ କାହିଁରୁକାହିଁ
ଗରମ ତୋରାଣି, ଚୋକଡ, କୁଲୁଚି,
ମୁଗଚୁନି, ଲୁଣ ସୁରଭିଦେଇ
ଷ୍ଟେରଡ ଫୋଡି ମୋ କ୍ଷୀରକୁ ବଢ଼ାଇ
କଷ୍ଟଦେଇହାଡ଼ ରସ ଶୋଷଇ
ନିଷ୍ଠୁର ମଣିଷ ଧନ ଲୋଭେ ପଡ଼ି
ବାଛୁରୀ ପେଟକୁ ଲାତ ମାରି ଦେଇ
କ୍ଷୀର ବିକେପୁଣି ପାଣି ମିଶାଇ
କ୍ଷୀର, ଜାଳ, ସାର, ଦିଏ ଯୋଗାଇ
ମୋପିଲା ପ୍ରତିବି ଦରଦନାହିଁ
ଅଣ୍ଡିରା ବାଛୁରୀ ବଳଦଟେ ହୋଇ
ଜୀବନସାରା ସେ ଖଟିମରଇ
ମୋ ଆଖି ଆଗରେ ଜଲହାଦ ମଣିଷ
ପିଟା ପିଟି କରେ ନିର୍ଦ୍ଦୟ ହୋଇ
ମଣିଷକୁ କେବେ ବିଶ୍ୱାସ ନାହିଁ
ବୟସ ଗଡ଼ିଲେ କଂସେଇ ହାତରେ
ଟେକିଦିଏ ଟଙ୍କା କେଇଟି ପାଇଁ
ଜନମ କଲା ମା’ ଯେଭୁଲି ଯାଇ
ମୋପରି ମାକୁ ପଚାରିବ କାହିଁ
ମାନିଲେ ଦିଅଁ ନମା ନିଲେ ପଥର
ନ୍ୟାୟରେ ଚାଲିଛି ସଂସାର ଏହି
ବାବୁଆଣିଙ୍କର ଉଷୁମ କୋଳରେ
କୁକୁର ଶୁ ଅ ଇ ନିହାଲ ହୋଇ
ମୋର ପ୍ରଭୁଙ୍କୁ ପ୍ରାର୍ଥନା ଏହି
କୁକୁର ଜନମ ଦେବ ପଛେ ପ୍ରଭୁ
ଗାଈ ଜନ୍ମ ଆଉ ଦେବ ଟି ନାହିଁ
********************************
“କିଶୋର ଚନ୍ଦ୍ର ଭଞ୍ଜ”
ପୂର୍ବତନ ପ୍ରଧାନଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜସୁନାଖଲା, ୯୬୬୮୬୫୪୨୨୫