ତୁମଠାରୁ ବଳି ବୁଦ୍ଧିଆ ଠାକୁର ଏ ସଂସାରେ ଅଛି କିଏ , କ୍ଷଣିକ ଭିତରେ ଚଉଦ ବ୍ରହ୍ମାଣ୍ଡ ବୁଲି ଆସିଥିଲା ଯିଏ । ଉଦରଟା ତୁମ ଜ୍ଞାନର ଭଣ୍ଡାର ମଗଜରେ ବୁଦ୍ଧି ଭରା , ଉପଯୋଗ କଲ କେଡ଼େ କଉଶଳେ ଘୋଷୁଛି ଆଜି ବି ଧରା । ପିତା, ମାତା ସାରା ଜଗତଠୁଁ ବଡ଼ ସବୁରି ନମସ୍ୟ ଅତି , ବୁଝେଇଲ ପରା ଜଗତବାସୀଙ୍କୁ ଘୁରି ତାଙ୍କ ଚଉକତି । ଆପଣା ଜ୍ଞାନ ଓ ଗୁଣ ଭଣ୍ଡାରକୁ ଖୋଲି ଦେଲ…
Read More - ଅଧିକ ପଢ଼ନ୍ତୁCategory: Verses
ଖୋର୍ଦ୍ଧା ଗଡର ମାଟି
ରକ୍ତ ରଂଜିତ ଏହି ମାଟି ସାକ୍ଷୀ ବରୁଣାଇ ଘାଟି, ଚିପୁଡ଼ି ଦେଲେ ରକ୍ତ ବୋହି ଯାଏ ହୃଦ ହୋଇଯାଏ କାଟି, ମୋ ଖୋର୍ଦ୍ଧା ଗଡର ମାଟି …… ଏ ଲାଲ ମାଟିର ମାୟାର ମୋହରେ କେତେ ଯାଇଥିଲେ ତାତି, କେତେ ଗୁଳି ଖାଇ ଶୁଳୀରେ ଚଢିଲେ ବଖାଣି ପାରେନି ଖ୍ୟାତି, ମୋ ଖୋର୍ଦ୍ଧା ଗଡର ମାଟି …. କେତେ ଯେ ଚିତ୍କାର ଧ୍ୱନି ହାହାକାର ମାଟି ସହେ ଚାପି ରଖି , ବରୁଣାଇ ଢାଳେ ଝରଣାର ଲୁହ ବର ଗଛ କରି ସାକ୍ଷୀ ,…
Read More - ଅଧିକ ପଢ଼ନ୍ତୁଜ୍ବାଳା
ଗ୍ରୀଷ୍ମ ଜ୍ବାଳା ଆଜି ଅସହ୍ଯ ହୋଇଛି ବୃକ୍ଷ ଦିଏ ପତ୍ର ଝଡା ଦୂର ଆକାଶରେ ବାହୁଡା ବିହଙ୍ଗ ଝାଡୁଥାଏ ତା’ର ଡେଣା ଥୁଣ୍ଟା ଗଛ ଆଜି ମୁକସାକ୍ଷୀ ଅଛି ପ୍ରକୃତି ସାଧୁଛି ଦାଉ ଅଜ୍ଞାନୀ ମଣିଷ ପଶୁତୁଲ୍ଯ ଆଜି ପଥ ହୁଡି ଥାଏ ଯେହୁ କାନ୍ଦୁଛି ଧରଣୀ କୋହ ଧରି ବକ୍ଷେ କେହି ନ ବୁଝେ ତା ଦୁଃଖ ଜୀବ ଜଗତରେ ହାହାକାର ଆଜି ଅନୁତପ୍ତ ସାରା ବିଶ୍ବ ନିଜ ହାତେ ନିଜ କୁରାଢ଼ି ମାରୁଛେ ଭାବିବାକୁ ବେଳ ନାହିଁ…
Read More - ଅଧିକ ପଢ଼ନ୍ତୁମା’ର_ମନ
ମନ ଭିତରେ ଆଗ୍ରହ ଉତ୍ସୁକତା ଅଳ୍ପ କିଛି ଡର ଛ ମାସର ଛୁଆଟା ସେ ଏବେ କଣ କରୁଥିବ ? ବାରମ୍ବାର ଦେଖୁଥିବ ଫ୍ୟାନ ପବନରେ ପେଣ୍ଡୁଲମ ପରି ଦୋହଲୁଥିବା କାନ୍ଥରେ ଥିବା କ୍ୟାଲେଣ୍ଡର କୁ କାନ ଡେରୁଥିବ ଶୁଣିବାକୁ ମା ର ଚୁଡି ଶବ୍ଦ ଲୁହ ଛଳ ଛଳ ଆଖିରେ ବଲବଲ ହୋଇ ଚାହୁଁଥିବ ରୋଷେଇ ଘରକୁ । ସେ ହାତ ଧରି ଶିଖିନାହିଁ ଏବେ ଆଙ୍ଗୁଠି ଛାଡୁ ନଥିଲା ଜେଜେମା କୋଳକୁ ବଢ଼େଇ ଦେଲାବେଳେ ଜଡେଇ ଯାଇଥିଲା ଗୋଟାପଣେ ମୋ ଛାତିରେ…
Read More - ଅଧିକ ପଢ଼ନ୍ତୁ“ମଶା ଓ ମଣିଷ”
ସବୁ ଆବର୍ଜନା ଅଳିଆ ଅସନା ପୋଚା ନରଦମା ମୋ ପାଇଁ ସ୍ଵର୍ଗ ମୋ ଏନ୍ତୁଡ଼ିଶାଳ ବଣ ବୁଦା ତୋଟା ମନ୍ଦିର ଓ ମଲ୍ ଚାଳଘର ଠାରୁ ଷ୍ଟାର୍ ହୋଟେଲ ସବୁଠି ମୋର ରହଣିସ୍ଥଳ, ଗରିବଙ୍କ ଘରେ କରେ ରାଜୁତି ଧନୀଙ୍କି ଦେଖିଲେ ଲାଗଇ ଭୀତି ଶୋଇଯାନ୍ତି ପୁଣି ମଶାରୀତଙ୍ଗାଇ ଜଳାଇ ଦିଅନ୍ତି କଛୁଆବତି, ଦିନସାରା ହାଡ଼ଭଙ୍ଗା କାମକରି ମୂଲିଆ ଶୁଅଇ ହାଲିଆହୋଇ ବିନା ପ୍ରତିବାଦେ ସେହି ସୁଯୋଗରେ ତାଠାରୁ ରକ୍ତମୁଁ ଶୋଷି ଦିଅଇ, ପ୍ରକୃତି କୁ କେବେ ଛାଡଇ ନାହିଁ…
Read More - ଅଧିକ ପଢ଼ନ୍ତୁଭୋକ
କଅଁଳ ଶିଶୁର ଥରିଲା ଓଠ ନିରୀହ ଆଖିରୁ ଝରି ପଡୁଥିବା ଲୁହ ହିଁ ଭୋକ,* ଚମ ଧୁଡୁଧୁଡୁ ସାଇକେଲ ଚଢା ପରିବାର-ପୋଷା ବୃଦ୍ଧ ମଉସା ପରିବା ବିକା ତା’ର ବେଉସା ପରିବା ଝୁଡିରେ ମେଣ୍ଟେ ତା ଭୋକ,* ବର୍ଷ ତମାମ ଝାଳ ଦେହରେ ଖରା ବର୍ଷା ଶୀତ, ମରୁଡି ସହେ ମାଟିରେ ମାଟି ହୋଇ ମାଟିର ଗର୍ଭରୁ ସୁନା ଫଳାଇ କୃଷକ ସେହି ପଖାଳ କଂସାରେ ଭୋକ ମେଣ୍ଟଇ,* ବାଲି , ସିମେଣ୍ଟ ଫେଣ୍ଟା କରଣି ଧରା ଶାଣିତ …
Read More - ଅଧିକ ପଢ଼ନ୍ତୁ| ଗାଈର ଆତ୍ମକାହଣୀ |
ମୁଁ ଗୋଟେ ଗାଈ ମୋଭଳି ଦୁଃଖିକେ ସଂସାରେ ନାହିଁ ମୋଆତ୍ମକାହାଣୀ ଶୁଣିଦେଲେ ଥରେ ଚେତାହଜି ଯିବ ଭାଈ ଆଦରକରନ୍ତି ଗୋମାତା କହି ତାଙ୍କମୁହେଁ ଟିକେ ଲାଜବିନାହିଁ ଖାଇସାରି ଯାହା ଅଇଁଠା ବଳଇ କୁଣ୍ଡରେ ଢାଳନ୍ତି ନେଇ କାନ୍ଦିକାନ୍ଦି ସବୁ ଚାଟିଚୁଟି ଖାଏ ପେଟ ଚାଖଣ୍ଡକପାଇଁ ତଥାପିଦରଦ ନାହିଁ ମୋ ଚାରଣଭୂଇଁ ଜଗି ଚଷିଲେଣି ଘାସ ବିନା ବିଷ୍ଠା ଖାଇଦିଅଇ ରାତିରେ ମାଲିକ ଆରାମେ ଶୁଅଇ ଫ୍ୟାନ ଲଗାଇ ମଶାରୀ ଟଙ୍ଗାଇ ଓଦା ସଡବଡ ଆବୁଡା ଖାବୁଡା ଅପନ୍ତରା ସେହି ଗୁହାଳ ଭିତରେ…
Read More - ଅଧିକ ପଢ଼ନ୍ତୁ