ସାରା ପୃଥିବୀ, ସମଗ୍ର ମାନବ ସମାଜ ଅବିଶ୍ୱାସ, ଆତଙ୍କ, ଆଶଂକା ଭିତରେ । ଏ ମଣିଷର ସବୁ କଳ, ବଳ, କୌଶଳ ବାଟବଣା ହେଇଗଲା, ବୁଦ୍ଧି ହଜିଗଲା । ଏମିତି ବି ହେଇପାରେ! ମଣିଷ କ’ଣ ଭାବିଥିଲା କେବେ? ବିଜ୍ଞାନ ବି ପାରୁନି । ଅବଶ୍ୟ ସମୟ ଆସିବ, ବିଜ୍ଞାନ ତା’ ଚେଷ୍ଟାରେ ସଫଳ ହେବ । ତେବେ ଅନେକ ଜୀବନ ଚାଲିଗଲା । ପ୍ରତି ମୁହୂର୍ତରେ ଯାଉଛି । ଆଉ କେତେଯିବ, ତା’ର ଠିକଣା ନାହିଁ । ଯାହା ହେଇଗଲା, ଯାହା ହବାକୁ…
Read More - ଅଧିକ ପଢ଼ନ୍ତୁAuthor: Samarendra Baliarsingh
ଦୁଃଖ କରନାହିଁ, ନିକଟ ଭବିଷ୍ୟତରେ ମୁଁ ପୁଣି ଫେରିବି, ଅଲୌକିକତାର……
ଅ।ସ୍ଥା, ବିଶ୍ବାସକୁ ନେଇ ମଣିଷ ଗତିଶୀଳ। ସେଥିପାଇଁ କୁହାଯାଇଛି ତ, ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର । ଅ।ସ୍ଥା ଓ ବିଶ୍ବାସ ନ ଥିଲେ ଏ ସଂସାର ନଥାନ୍ତା! ବିସ୍ମୟ ଓ ଚମତ୍କାର ଏ ଜୀବନକୁ ରୋମାଂଚମୟ କରିଛି । ସେଇ ବିଶ୍ବାସ, ଅ।ସ୍ଥା ଓ ବିସ୍ମୟ କେବଳ କିଛି ଶବ୍ଦ ମାତ୍ର ନୁହଁନ୍ତି, ସେସବୁର ପ୍ରାମାଣିକତା ବି ରହିଛି । କ୍ୟାମେରାର ଲେନ୍ସରେ ସେସବୁ କଏଦ୍ ହେଇଛନ୍ତି । ବିଜ୍ଞାନର ପ୍ରଭାବ ଅ।ମକୁ ଏଥିରେ ସହାୟକ ହେଉଛନ୍ତି । ‘କ୍ୟାମେରା ଯାହା…
Read More - ଅଧିକ ପଢ଼ନ୍ତୁମଣିଷ ପାଇଁ ଯଂତ୍ରମଣିଷ
ଚାଇନାର ଉହାନ ସହରରୁ କରୋନା ଭୂତାଣୁ ସାରା ପୃଥିବୀକୁ ବ୍ୟାପିଲା । ଏବେ ଚାଇନାର ମୃତ୍ୟୁସଂଖ୍ୟା ଠାରୁ ଅନ୍ୟ ଦେଶର ମୃତ୍ୟୁସଂଖ୍ୟା ବଢିଯାଇଛି । କରୋନା ଭୂତାଣୁର ସଂକ୍ରମଣରୁ ରୋକିବାରେ ସଂପ୍ରତି ଚାଇନା ସଫଳ ହେଇଛି । ପ୍ରଥମତଃ ସରକାରଙ୍କ ଲକ୍ଡାଉନ ନିଷ୍ପତ୍ତିକୁ ଚାଇନାବାସୀ ମାନିଲେ । ଦ୍ବିତୀୟତଃ ଯଂତ୍ର ମଣିଷ(ସହଜ ଭାଷାରେ ରୋବଟ୍) ମାଧ୍ୟମରେ ଚାଇନାରେ ବିଶୋଧନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଗଲା । ବ୍ୟାପକ ଅଂଚଳରେ କୀଟନାଶକ ସିଂଚନ କରାଗଲା । ଚାଇନିଜ୍ ରୋବୋଟିକ୍ ଫାର୍ମମାନେ ଏଭଳି ବିଶୋଧନ କାର୍ଯ୍ୟରେ ଜୋରସୋରରେ…
Read More - ଅଧିକ ପଢ଼ନ୍ତୁଧନ୍ୟବାଦ କାହାକୁ?
କରୋନାକୁ ନେଇ ହାହାକାର । ତେବେ କରୋନାରୁ ରକ୍ଷା ପାଇବା ପାଇଁ ଅ।ମେ ବି ତୟାର । ଘଂଟ, ଘଂଟି, ତାଳି, ଥାଳି, ଶଂଖନାଦ । କରୋନାର ମୁକାବିଲା ପାଇଁ ଏସବୁ ହେଲା ରାମବାଣ । ଥୋକେ ହସିଲେ, ଗମାତ କଲେ, ଜିରାରୁ ଶିରା କାଢିଲେ; ହେଲେ କ’ଣ ହବ, ସାରା ଦେଶବାସୀ ଦେଖେଇଦେଲେ । ଏକ ହେଇଗଲା ସାରା ଦେଶ । ସକରାତ୍ମକ ଭାବନା ଏବଂ ଅ।ତଂକ ବିରୋଧରେ ଲଢିବାର ଶକ୍ତି ଯୋଗାଇଛି ଏଇ ଘଂଟ, ଘଂଟି, ତାଳି, ଥାଳି, ଶଂଖନାଦ ।…
Read More - ଅଧିକ ପଢ଼ନ୍ତୁବୈଦ୍ୟୁତିକ ଗଣମାଧ୍ୟମ
ସଂପ୍ରତି ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ମଧ୍ୟରେ ଗଳାକଟା ପ୍ରତିଯୋଗିତା ଚାଲିଛି । ଟିଆରପି ସାଜିଛି ନିର୍ଣ୍ଣାୟକ । ବିଜ୍ଞାପନ ଓ ବ୍ୟବସାୟ ଗଣମାଧ୍ୟମର ବିଷୟବସ୍ତୁ ଚୟନର ମୁଖ୍ୟ ମାପକାଠି ହୋଇଛି । ଏଇ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦୀ ଚ୍ୟାନେଲର କୁତ୍ସାରଟନା ବି ଚାଲିଛି । ଗୁଡ଼େ ମିଛ ଖବରକୁ ବି ସାମ୍ନାକୁ ଅଣାଯାଉଛି । ଏଭଳି ହେବା ଫଳରେ ଖବର ପ୍ରତି ଦର୍ଶକଙ୍କ ବିଶ୍ୱସନୀୟତା କମୁଛି । ଚାଂଚଲ୍ୟସୃଷ୍ଟିକାରୀ ଖବରକୁ ଅନେକ ଚ୍ୟାନେଲ ଗୁରୁତ୍ୱ ଦେଉଛନ୍ତି, ଭଲ ଖବର ପାଇଁ ଜାଗା ନାହିଁ । ଆଜ୍ଞା ମିଡିଆ…
Read More - ଅଧିକ ପଢ଼ନ୍ତୁ