ରକ୍ତ ରଂଜିତ ଏହି ମାଟି
ସାକ୍ଷୀ ବରୁଣାଇ ଘାଟି,
ଚିପୁଡ଼ି ଦେଲେ
ରକ୍ତ ବୋହି ଯାଏ
ହୃଦ ହୋଇଯାଏ କାଟି,
ମୋ ଖୋର୍ଦ୍ଧା ଗଡର ମାଟି ……
ଏ ଲାଲ ମାଟିର
ମାୟାର ମୋହରେ
କେତେ ଯାଇଥିଲେ ତାତି,
କେତେ ଗୁଳି ଖାଇ
ଶୁଳୀରେ ଚଢିଲେ
ବଖାଣି ପାରେନି ଖ୍ୟାତି,
ମୋ ଖୋର୍ଦ୍ଧା ଗଡର ମାଟି ….
କେତେ ଯେ ଚିତ୍କାର
ଧ୍ୱନି ହାହାକାର
ମାଟି ସହେ ଚାପି ରଖି ,
ବରୁଣାଇ ଢାଳେ
ଝରଣାର ଲୁହ
ବର ଗଛ କରି ସାକ୍ଷୀ ,
ମୋ ଖୋର୍ଦ୍ଧା ଗଡର ମାଟି…….
ଏହି ମାଟି କହେ
ପାଇକ ପୁଅର
ଗୌରବ ଗାରିମା କୀର୍ତି ,
କେତେ କଷ୍ଟ ସହି
ତଥାପି ହସୁଚି
ମାଙ୍କଡ଼ା ପଥର ଛାତି ,
ମୋ ଖୋର୍ଦ୍ଧା ଗଡର ମାଟି ……
*********************************
ସନ୍ନ୍ୟାସୀ ନାୟକ, 9437352560
Thanks a lot all the team members