କରୋନାକୁ ନେଇ ହାହାକାର । ତେବେ କରୋନାରୁ ରକ୍ଷା ପାଇବା ପାଇଁ ଅ।ମେ ବି ତୟାର । ଘଂଟ, ଘଂଟି, ତାଳି, ଥାଳି, ଶଂଖନାଦ । କରୋନାର ମୁକାବିଲା ପାଇଁ ଏସବୁ ହେଲା ରାମବାଣ । ଥୋକେ ହସିଲେ, ଗମାତ କଲେ, ଜିରାରୁ ଶିରା କାଢିଲେ; ହେଲେ କ’ଣ ହବ, ସାରା ଦେଶବାସୀ ଦେଖେଇଦେଲେ । ଏକ ହେଇଗଲା ସାରା ଦେଶ । ସକରାତ୍ମକ ଭାବନା ଏବଂ ଅ।ତଂକ ବିରୋଧରେ ଲଢିବାର ଶକ୍ତି ଯୋଗାଇଛି ଏଇ ଘଂଟ, ଘଂଟି, ତାଳି, ଥାଳି, ଶଂଖନାଦ । ୨୨ ମାର୍ଚ, ୨୦୨୦- ଏଭଳି ଦୃଶ୍ୟ ଦେଖିଲା ସାରା ପୃଥିବୀ । ପ୍ରଧାନମଂତ୍ରୀ ନରେନ୍ଦ୍ର ମୋଦୀଙ୍କ ଅ।ହ୍ବାନରେ ସାରା ଦେଶରେ ଲାଗିଲା ଜନତା କର୍ଫୁ। ଲୋକେ ନିଜ ନିଜ ଘରେ ବନ୍ଦ ହୋଇ ରହିଲେ । ଠିକ୍ ସଂଧ୍ୟା ୫ଟାରେ ଦେଖିବାକୁ ମିଳିଲା ଅପୂର୍ବ ଦୃଶ୍ୟ । ପ୍ରଧାନମଂତ୍ରୀ ନରେନ୍ଦ୍ର ମୋଦୀଙ୍କ ଅ।ହ୍ବାନ…ଘଂଟ, ଘଂଟି, ତାଳି, ଥାଳି ବାଡ଼େଇ, ଶଂଖ ଫୁଙ୍କି, ହୁଳହୁଳି ପକାଇ ଧନ୍ୟବାଦ ଜ୍ଞାପନ । ହେଲେ ଧନ୍ୟବାଦ କାହାକୁ? ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ, ପୁଲିସ, ଅଗ୍ନିଶମ, ଯବାନ, ଗଣମାଧ୍ୟମ ଅ।ଦି ଅତ୍ୟାବଶ୍ୟକ ସେବାରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ, କାରଣ ସେମାନେ କାମ କରୁଥିବାରୁ ଅ।ମେ ଘରେ ରହିବା ସଂଭବପର ହେଉଛି । ପାଠକବଂଧୁ, ଅ।ପଣମାନେ ଜାଣିଥିବେ, ଏଇ ସବୁ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କର ଛୁଟି ବୋଲି ସେମିତି ନିର୍ଦ୍ଦିଷ୍ଟ ନଥାଏ । ଅନ୍ୟମାନଙ୍କ ଭଳି ରବିବାରରେ ସାପ୍ତାହିକ ଛୁଟି ନଥାଏ । କାମ ଅନୁସାରେ ସପ୍ତାହର କୌଣସି ଏକ ଦିନ ଛୁଟି ମିଳେ । ବେଳେବେଳେ ଛୁଟି ଥାଇ ମଧ୍ୟ ଛୁଟି ନେଇହୁଏନି । ଗଣମାଧ୍ୟମରୋ କାମ କରୁଥିବା ହେତୁ ଦୀର୍ଘବର୍ଷ ଧରି ଏଭଳି ଅନୁଭୂତି ଏ ଲେଖକର ଅଛି । ସାଂଗସାଥୀ ରବିବାରରେ ଭୋଜିଭାତ କରୁଥିବାବେଳେ ଅନେକ ସମୟରେ ଅ।ମେ ସେଥିରୁ ବଂଚିତ ହୋଇଥାଉ । ନିଜର କାମ ଓ ଗଣମାଧ୍ୟମ ସଂସ୍ଥାର ଅ।ବଶ୍ୟକତା ଅନୁଯାୟୀ ଛୁଟି ନେଇହୁଏ । ଜରୁରୀକାଳୀନ ପରିସ୍ଥିତିରେ ଦାୟିତ୍ବ ଓ ତତ୍ପରତା ଅ।ହୁରି ବଢିଯାଏ । ପ୍ରାକୃତିକ ଦୁର୍ବିପାକ ଏବଂ ଅନ୍ୟ ସଂକଟମୟ କ୍ଷଣରେ ଅବସ୍ଥା କ’ଣ ହୁଏ, ତାହା ଭୁକ୍ତଭୋଗୀ ହିଁ ଜାଣନ୍ତି । ଏହି ପରିପ୍ରେକ୍ଷୀରେ ମୋଦୀଙ୍କର ଏହି ଅ।ହ୍ବାନ ବିଶେଷ ଗୁରୁତ୍ବପୂଣ୍ଣ ।
ପାଠକବଂଧୁ, ମୋଦୀଙ୍କ ଅ।ହ୍ବାନରେ ସାମ୍ନାକୁ ଅ।ସିଲେ ଅ।ମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଂକ ପରିବାର । ସେମାନେ ତାଳି ମାରି ଉତ୍ସାହିତ କଲେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ । ବାଚସ୍ପତି ଓମ୍ ବିରଳା, କେନ୍ଦ୍ରମଂତ୍ରୀ ରାଜନାଥ ସିଂହ, ପ୍ରକାଶ ଜାବଡ଼େକର ବି ସାମିଲ ହେଇଛନ୍ତି ଏହି କାର୍ଯ୍ୟକ୍ରମରେ । କେନ୍ଦ୍ରମଂତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବାର ଓ ସହକର୍ମୀ ବି ତାଳି ବାଡ଼େଇ ଓ ଘଂଟି ବଜେଇ ସ୍ବାଗତ କଲେ । ଉତ୍ତରପ୍ରଦେଶ ମୁଖ୍ୟମଂତ୍ରୀ ଯୋଗୀ ଅ।ଦିତ୍ୟନାଥ ବି ଘଂଟ ବାଡେଇଲେ । ବାବା ରାମଦେବ ବି ସାମିଲ ହେଲେ ଧନ୍ୟବାଦ ଜ୍ଞାପନର ଏଇ ପର୍ବରେ । କରୋନାକୁ ମୁକାବିଲା କରିବା ପାଇଁ ଏକାଠି ହେଲେ ଧନୀରୁ ଗରିବ, ବଡ଼ରୁ ସାନ..ସମସ୍ତେ । ମୁଖ୍ୟମଂତ୍ରୀ ନବୀନ ପଟ୍ଟନାୟକ ବି ବେଲେଣା କାଠିରେ ବାଡେଇଲେ ଥାଳି । ଏସବୁ ଦୃଶ୍ୟ ଓ ଫଟୋ ଭାଇରାଲ ହେଲା । ଖୁସିର କଥା, ଦଳମତ ନିର୍ବିଶେଷରେ ସଂଖ୍ୟାଗରିଷ୍ଠ ଜନସାଧାରଣ ପ୍ରଧାନମଂତ୍ରୀ ମୋଦୀଙ୍କ ଅ।ହ୍ବାନକୁ ସ୍ବୀକାର କଲେ, ସମର୍ଥନ କଲେ । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, କୋଭିଡ୍-୧୯ର ମୁଖପାତ୍ର ସୁବ୍ରତ ବାଗଚୀ, ଫାଇଭ୍-ଟି ସଚିବ ପାଣ୍ଡିଅ।ନଙ୍କ ସମତେ ଅନ୍ୟ ସଚିବମାନେ ବି ଘଂଟି ବାଡେଇଲେ, ତାଳି ମାରିଲେ । କେନ୍ଦ୍ରମଂତ୍ରୀ ପ୍ରତାପ ଷଡଙ୍ଗୀ ବି ଜବର ଘଂଟମାଡ଼ କଲେ । ସିଏତ ସହଜେ ଅ।ଧ୍ୟାତ୍ମିକ ଲୋକ, ତେଣୁ ଏସବୁ ତାଂକ ପାଇଁ ଭାରି ସ୍ବାଭାବିକ ଥିଲା । ତେବେ ବାର୍ତ୍ତା ଥିଲା ସୁଦୂରପ୍ରସାରୀ । ପଶ୍ଚିମବଂଗ ରାଜ୍ୟପାଳ ଜଗଦୀପ ଧନକର, କର୍ନାଟକ ମୁଖ୍ୟମଂତ୍ରୀ ୟେଦୁରପ୍ପା, ଅ।ନ୍ଧ୍ରପ୍ରଦେଶ ମୁଖ୍ୟମଂତ୍ରୀ ଜଗନମୋହନ ରେଡ୍ଡି, ହରିଅ।ନା ମୁଖ୍ୟମଂତ୍ରୀ ମନୋହରଲାଲ ଖଟ୍ଟର, ବିଜେପି ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ବି ସାମିଲ ହୋଇଥିଲେ ଏଭଳି ମହତ କାର୍ଯ୍ୟକ୍ରମରେ । ସମସ୍ତଙ୍କର ସେଇ ଗୋଟିଏ ଲକ୍ଷ୍ୟ, କରୋନା ହାରିବ, ଭାରତ ଜିତିବ । ପ୍ରଧାନମଂତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ବି ପୁଅର କଥା ମାନିଥିଲେ । ସେଇ ମହିୟସୀ ମହିଳା ହୀରାବେନ୍ ଥାଳିକୁ ଘଂଟ କରି ବାଡ଼େଇଥିଲେ । ସେଲିବ୍ରେଟିମାନେ ବି ସାମିଲ ହେଇଥିଲେ କରୋନାକୁ ହରାଇବାର ଏହି ଅଭିଯାନରେ । କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଓ ତାଂକ ପରିବାର, ଖ୍ୟାତନାମା ଅଭିନେତ୍ରୀ ହେମାମାଳିନୀ, ଅଭିନେତା ଅନୁପମ ଖେର, ଅକ୍ଷୟ କୁମାର, ଦୀପିକା ପାଦୁକୋନ୍, କରନ୍ ଜୋହର ସମସ୍ତେ ମୋଦୀଙ୍କ ଅନୁରୋଧକୁ ସମ୍ମାନ ଜଣାଇଥିଲେ । ବାଡ଼େଇଥିଲେ ଘଂଟ, ଘଂଟି, ମାରିଥିଲେ ତାଳି । ପାଠକବଂଧୁ, ଭୂତାଣୁର ମୁକାବିଲା ପାଇଁ ଘଂଟ, ଘଂଟି ବଜାଇବା, ତାଳି ମାରିବା ବା ଶଂଖ ଫୁଙ୍କିବାର ବିଶେଷ ମହତ୍ବ ରହିଛି । କେବଳ ଅ।ଧ୍ୟାତ୍ମିକ ଦୃଷ୍ଟିକୋଣରୁ ନୁହେଁ, ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଏସବୁ ବେଶ୍ ପ୍ରଭାବୀ । ତେଣୁ ମୋଦୀଙ୍କର ଗୋଟିଏ ଅ।ହ୍ବାନରେ ସାରା ଦେଶ ଏକ ମନ ହୋଇଥିଲା ।
ପ୍ରଧାନମଂତ୍ରୀଙ୍କ ଅ।ହ୍ବାନକୁ ଗ୍ରହଣ କରି ହୋଇଥିବା ଜନତା କର୍ଫ୍ୟୁ ପରେ ସୋସିଅ।ଲ ମିଡିଅ।ରେ ଏଭଳି କିଛି ଭିଜୁଅ।ଲ ଜବରଦସ୍ତ ଭାଇରାଲ ହେଇଛି, ଯାହା ଦେଖିକି ନେଟିଜେନମାନେ ବେଶ୍ ମଜା ଉଠାଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ଘଂଟି, ଘଂଟ ନାହିଁ, ଢୋଲ ଅ।ଉ ତୁରୀରେ କାମ ଚାଲିଛି । ଢୋଲ ବଜାଇ, ତୁରୀ ଫୁଙ୍କି କରୋନାକୁ ତଡ଼ିବା ପାଇଁ ଉଦ୍ୟମ କରାଯାଇଛି । ଏଇଭଳି ଟିକ୍ ଟକ୍ ଭିଡିଓ ଭାଇରାଲ ହେଇଛି । ସେହିଭଳି ଅ।ଉ ଏକ ଦୃଶ୍ୟରେ ଗୋଟେ ବିଲେଇ ତାଳି ମାରୁଚି । ଦୃଶ୍ୟଟି ପୁରୁଣା, କିନ୍ତୁ ମୋଦୀଙ୍କ ତାଳିମରା ଅ।ହ୍ବାନ ପରିପ୍ରେକ୍ଷୀରେ ତାହା ପୁଣି ଭାଇରାଲ ହେଇଛି । ତେବେ ସବୁ ଦୃଶ୍ୟ ଠାରୁ ବଳିଯାଇଥିଲା ଅଷ୍ଟପ୍ରହରୀର ଦୃଶ୍ୟ । ହଁ, ପାଠକବଂଧୁ, ଅ।ପଣ ବି ଦେଖିଥିବେ, ରବିବାର ସଂଧ୍ୟାରେ କେମିତି ଅନେକ ସ୍ଥାନରେ ରାସ୍ତା ଉପରେ ଅଷ୍ଟପ୍ରହରୀ ଅ।ରଂଭ ହେଇଗଲା । ସାତ କ’ଣ, ବହୁ ସଂଖ୍ୟାରେ ଲୋକେ ଏକାଠି ହେଇ ଘଂଟ ଘଂଟି ମାଡ଼ କଲେ । କ’ଣ କରିବା, ଲୋକଙ୍କୁ କୁହାଯିବ ଗୋଟେ କଥା, ଲୋକେ କରିବେ ଅ।ଉ ଗୋଟେ କଥା । ସଂଗରୋଧ ପାଇଁ ଅ।ହ୍ବାନ ଦିଅ।ଗଲା, ହେଲେ ଲୋକେ ପୂରା ସାଂଗ ହେଇଗଲେ । କିଛି ତ୍ରୁଟି ତ ରହିବ, ଯେମିତି ଚନ୍ଦ୍ରରେ କଳଂକ । ତେବେ ମୋଟାମୋଟି ଭାବେ ଦିନକ ପାଇଁ ଜନତା କର୍ଫ୍ୟୁ ବେଶ୍ ସଫଳ ହେଲା । ଭାରତୀୟମାନଙ୍କ ଧୈର୍ଯ୍ୟ ଓ ସହନଶୀଳତାକୁ ମାନିବାକୁ ପଡ଼ିବ । ଅନେକ ରାଜ୍ୟ ସରକାର ସଂପୂଣ୍ଣ ଭାବେ ଓ କେତେକ ଅ।ଂଶିକ ଭାବେ ଲକ୍ ଡାଉନ୍ କରିଛନ୍ତି । ଜନତା ଏଭଳି ନିଷ୍ପତିକୁ ସମ୍ମାନ ଜଣାଉଛନ୍ତି । ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ୍ ଯଥେଷ୍ଟ ନୁହେଁ । ଏକଥା ଅ।ମେ ନୁହଁ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦେଶକ ମାଇକ୍ ରିୟାନ୍ କହିଛନ୍ତି । ବିବିସିକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଲକ୍ ଡାଉନ୍ ସମୟରେ ସଂକ୍ରମଣ କମ୍ ରହିବ, କିନ୍ତୁ ଲକ୍ ଡାଉନ୍ ଉଠିଗଲା ପରେ ପୁଣି ସଂକ୍ରମଣ ବଢିବ । ତେଣୁ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଅତଏବ ଜନଗହଳି ଓ ସର୍ବସାଧାରଣ ସ୍ଥାନକୁ ବିଶୋଧନ କରାଯିବା ଜରୁରି ହୋଇପଡ଼ିଛି ।