ଗ୍ରୀଷ୍ମ ଜ୍ବାଳା ଆଜି ଅସହ୍ଯ ହୋଇଛି
ବୃକ୍ଷ ଦିଏ ପତ୍ର ଝଡା
ଦୂର ଆକାଶରେ ବାହୁଡା ବିହଙ୍ଗ
ଝାଡୁଥାଏ ତା’ର ଡେଣା
ଥୁଣ୍ଟା ଗଛ ଆଜି ମୁକସାକ୍ଷୀ ଅଛି
ପ୍ରକୃତି ସାଧୁଛି ଦାଉ
ଅଜ୍ଞାନୀ ମଣିଷ ପଶୁତୁଲ୍ଯ ଆଜି
ପଥ ହୁଡି ଥାଏ ଯେହୁ
କାନ୍ଦୁଛି ଧରଣୀ କୋହ ଧରି ବକ୍ଷେ
କେହି ନ ବୁଝେ ତା ଦୁଃଖ
ଜୀବ ଜଗତରେ ହାହାକାର ଆଜି
ଅନୁତପ୍ତ ସାରା ବିଶ୍ବ
ନିଜ ହାତେ ନିଜ କୁରାଢ଼ି ମାରୁଛେ
ଭାବିବାକୁ ବେଳ ନାହିଁ
ସଜାଡି ହେବାତ ବେଳ ଥାଉ ଥାଉ
ଆଗାମୀ ପିଢିର ପାଇଁ ।
********************************
ଭୁବନେଶ୍ୱର