ସାରା ପୃଥିବୀ, ସମଗ୍ର ମାନବ ସମାଜ ଅବିଶ୍ୱାସ, ଆତଙ୍କ, ଆଶଂକା ଭିତରେ । ଏ ମଣିଷର ସବୁ କଳ, ବଳ, କୌଶଳ ବାଟବଣା ହେଇଗଲା, ବୁଦ୍ଧି ହଜିଗଲା । ଏମିତି ବି ହେଇପାରେ! ମଣିଷ କ’ଣ ଭାବିଥିଲା କେବେ? ବିଜ୍ଞାନ ବି ପାରୁନି । ଅବଶ୍ୟ ସମୟ ଆସିବ, ବିଜ୍ଞାନ ତା’ ଚେଷ୍ଟାରେ ସଫଳ ହେବ । ତେବେ ଅନେକ ଜୀବନ ଚାଲିଗଲା । ପ୍ରତି ମୁହୂର୍ତରେ ଯାଉଛି । ଆଉ କେତେଯିବ, ତା’ର ଠିକଣା ନାହିଁ । ଯାହା ହେଇଗଲା, ଯାହା ହବାକୁ…
Read More - ଅଧିକ ପଢ଼ନ୍ତୁMonth: August 2020
ଗଣପତିଂ ହବାମହେ
ଗଣେଶଙ୍କୁ ଯଜ୍ଞରେ ଆହୁତି ଦେଲାବେଳେ ବ୍ରାହ୍ମଣ ମନ୍ତ୍ରପାଠ କରନ୍ତି- ‘‘ଗଣାନାଂ ତ୍ୱାଂ ଗଣପତିଗୁଁ ହବାମହେ। ପ୍ରିୟାଣାଂ ତ୍ୱାଂ ପ୍ରିୟପତିଗୁଁ ହବାମହେ। ନିଧିନାଂ ତ୍ୱାଂ ନିଧିପତିଗୁଁ ହବାମହେ। ବସୋ ମମ।’ ତା’ହେଲେ ଗଣମାନଙ୍କର ପତି ହେଉଛନ୍ତି ଗଣପତି। ସେ ମଧ୍ୟ ପ୍ରିୟମାନଙ୍କର ପତି ଓ ନିଧିମାନଙ୍କର ପତି। ଗଣ କିଏ? ଗଣ ଅର୍ଥ ଦେବଗଣ, ଜନଗଣ ବା ଜୀବଗଣ। ପତି ଶବ୍ଦ ଭିତରେ ଅଛି ପା ଧାତୁ- ଅର୍ଥ ପାଳନ, ପୋଷଣ, ରକ୍ଷା। ଯିଏ ଗଣର ପାଳନ, ପୋଷଣ ଓ ରକ୍ଷା କରନ୍ତି ସେ ହିଁ…
Read More - ଅଧିକ ପଢ଼ନ୍ତୁଖୋର୍ଦ୍ଧା ଗଡର ମାଟି
ରକ୍ତ ରଂଜିତ ଏହି ମାଟି ସାକ୍ଷୀ ବରୁଣାଇ ଘାଟି, ଚିପୁଡ଼ି ଦେଲେ ରକ୍ତ ବୋହି ଯାଏ ହୃଦ ହୋଇଯାଏ କାଟି, ମୋ ଖୋର୍ଦ୍ଧା ଗଡର ମାଟି …… ଏ ଲାଲ ମାଟିର ମାୟାର ମୋହରେ କେତେ ଯାଇଥିଲେ ତାତି, କେତେ ଗୁଳି ଖାଇ ଶୁଳୀରେ ଚଢିଲେ ବଖାଣି ପାରେନି ଖ୍ୟାତି, ମୋ ଖୋର୍ଦ୍ଧା ଗଡର ମାଟି …. କେତେ ଯେ ଚିତ୍କାର ଧ୍ୱନି ହାହାକାର ମାଟି ସହେ ଚାପି ରଖି , ବରୁଣାଇ ଢାଳେ ଝରଣାର ଲୁହ ବର ଗଛ କରି ସାକ୍ଷୀ ,…
Read More - ଅଧିକ ପଢ଼ନ୍ତୁଜ୍ବାଳା
ଗ୍ରୀଷ୍ମ ଜ୍ବାଳା ଆଜି ଅସହ୍ଯ ହୋଇଛି ବୃକ୍ଷ ଦିଏ ପତ୍ର ଝଡା ଦୂର ଆକାଶରେ ବାହୁଡା ବିହଙ୍ଗ ଝାଡୁଥାଏ ତା’ର ଡେଣା ଥୁଣ୍ଟା ଗଛ ଆଜି ମୁକସାକ୍ଷୀ ଅଛି ପ୍ରକୃତି ସାଧୁଛି ଦାଉ ଅଜ୍ଞାନୀ ମଣିଷ ପଶୁତୁଲ୍ଯ ଆଜି ପଥ ହୁଡି ଥାଏ ଯେହୁ କାନ୍ଦୁଛି ଧରଣୀ କୋହ ଧରି ବକ୍ଷେ କେହି ନ ବୁଝେ ତା ଦୁଃଖ ଜୀବ ଜଗତରେ ହାହାକାର ଆଜି ଅନୁତପ୍ତ ସାରା ବିଶ୍ବ ନିଜ ହାତେ ନିଜ କୁରାଢ଼ି ମାରୁଛେ ଭାବିବାକୁ ବେଳ ନାହିଁ…
Read More - ଅଧିକ ପଢ଼ନ୍ତୁ