ମା’ର_ମନ

Representational Image

ମନ ଭିତରେ ଆଗ୍ରହ

ଉତ୍ସୁକତା ଅଳ୍ପ କିଛି ଡର

ଛ ମାସର ଛୁଆଟା

ସେ ଏବେ କଣ କରୁଥିବ ?

ବାରମ୍ବାର ଦେଖୁଥିବ

ଫ୍ୟାନ ପବନରେ

ପେଣ୍ଡୁଲମ ପରି ଦୋହଲୁଥିବା

କାନ୍ଥରେ ଥିବା କ୍ୟାଲେଣ୍ଡର କୁ

କାନ ଡେରୁଥିବ

ଶୁଣିବାକୁ ମା ର ଚୁଡି ଶବ୍ଦ

ଲୁହ ଛଳ ଛଳ ଆଖିରେ

ବଲବଲ ହୋଇ  ଚାହୁଁଥିବ

ରୋଷେଇ ଘରକୁ ।

ସେ ହାତ ଧରି ଶିଖିନାହିଁ ଏବେ

ଆଙ୍ଗୁଠି ଛାଡୁ ନଥିଲା

ଜେଜେମା କୋଳକୁ ବଢ଼େଇ ଦେଲାବେଳେ

ଜଡେଇ ଯାଇଥିଲା ଗୋଟାପଣେ ମୋ ଛାତିରେ

ତାର କୁନି କୁନି କଅଁଳ ହାତରେ

ଜାବୁଡି ଧରିଥିଲା ବେକ

ମୁଁ ଦେଖୁଥିଲି ତା ଆଖିରେ

ନୀରିହ ପଣର ଏକ ଅମାପ ସମୁଦ୍ର ।

ଅନେକ ଚିନ୍ତା ଫେରିବା ବାଟରେ

ଡେରି ଏତେ ହେଲାଣି

ଭୋକିଲା ଛୁଆଟା

ରାହା ମେଲି କାନ୍ଦୁଥିବ ବୋଧେ

ଖୋଜିଥିବ ମା କୋଳ ଛାତିର ଅମୃତ

ଦରାଣ୍ଡି ଥିବ ଶୂନ୍ୟ ଖଟ ବାହୀ

ଶୁନ୍ୟ ବିଛଣା

କାନ୍ଦି କାନ୍ଦି କର ମାଡି

ଧନ ମୋର ଶୋଇପଡିଥିବ ।

*****************************************

ବଡାଲ, ନିରାକାରପୁର, ଖୋର୍ଦ୍ଧା, 9777545170

Share

Related Posts

4.5 4 votes
Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x